Unknown

ମଧୁଚକ୍ର

ଚିନ୍ତାମଣି ମହାନ୍ତି

 

ବୁଧଜନଙ୍କରଶିରଭୂଷଣଯେହି,

ବିନୟରୁ ସେ ଆନ ବାଣୀ ନ କହି ।

ବିକଳ କଳନା ନାହିଁ କରୁଥିଲା ରଙ୍ଗ,

ବନଦ-ନିନାଦ କିବା ଶୁଣିଲା ସାରଙ୍ଗଯେ।

 

ବାତ ମଳୟାଦ୍ରିରୁ ଯେ ବହଇ ଘେନ,

ବଂଶକର୍ମେ ନାହିଁ ଯଥା ହେବା ଚନ୍ଦନ ।

ବ୍ୟୁତ୍ପତ୍ତିକର ଯେ ଉତ୍ପତ୍ତି ହୋଇ,

ବନପତି ଶିଶୁ ଗଜ ମାରଇ ।

 

ବଶିଷ୍ଠବୋଇଲେ ଗ୍ରହ ମଙ୍ଗଳ ବୋଲାଇ

ବିନା ଦାନେ ଶାନ୍ତ ନୁହେଁ ଅମଙ୍ଗଳଦାୟୀ।

ମଙ୍ଗଳ ଚଳନେ ଉଇଁଲା କି ଘନ

ଜଳ ବରଷା ନ କରିବ ।

 

ବ୍ୟାଳେଲୋଷ୍ଟ୍ରପ୍ରହାରିଲା ପ୍ରାୟେ ରହି କହି

ବିଷକଣ୍ଠେକ୍ଷୀରକଣ୍ଠବୋଲୁଥିଲା କେହି ଯେ ।

ବନ୍ଧ ପକାଇ ମଧ୍ୟରେ ବେନି ଭାଗ କଲ ନୀର

ଏ ବୁଦ୍ଧି ଶିଖିଲକାହୁଁ ଏବେ ଯେ ।

 

ବଜ୍ର ସଙ୍ଗରେ ସ୍ଫଟିକ      ସମତୁଲ୍ୟ ଅବିବେକ

ଏତେ ବିବେକ ନ କଲ ହୃଦେ ଯେ ।

ବୋଧେ ମନ-ନଦୀ ସର      ତଡ଼ାଗ କୂପ ଆବର

ମୂର୍ତ୍ତି ଭିନ୍ନ ସେ ଏକ ଜୀବନ,

ବରଷା କରେ ଆବିଳ      ତା ନିଜ ଗୁଣ ନିର୍ମଳ

ଶୀତଳକୁ ନ ଛାଡ଼ନ୍ତିଘେନ।

 

ବିହରିବା ମାନସର            ମଧ୍ୟେଁ ହଂସକୁ ସୁନ୍ଦର

ଆନ ପକ୍ଷୀରେ କି ସେ ବାଞ୍ଛିତ ଯେ ।

ବିଷ ବିଷମ ଯେସନସନ୍ନିପାତେ ହିଳ।

ବିଭୁ ତୁ ମୁଁ ଦାସ ଏହିରୂପେ ସଦା ହୋଇଥିବୁଅନୁଗ୍ରାହୀ।

 

ବିଷ୍ଣୁପଦୀ ଜଳ କେଡ଼େ ନିର୍ମଳ ଯୋଷା,

ବାରିଦ ଆବିଳ ଜଳେ ଚାତକ ଆଶା ।

ବିଚାରିଲା ଭୃଙ୍ଗ ପୁଣି ମାଳତୀସ୍ନେହୀ,

ବାସଙ୍ଗେ ସଙ୍ଗ ହୁଅଇ ସରାଗ ବହି ।

 

ବେଶ୍ୟା ସଙ୍ଗତିହୋଇଲେରସିକପୁଂସ,

ବଳାଇ କି ସ୍ୱକୀୟାରେ ସେ ଅଭିଳାଷ ।

ବଡ଼କୁଳେଜାତଭୂପଭଗିନୀତୁହି,

ବୃଷସ୍ୟନ୍ତୀ [କାମୃକୀ] ଆଚରଣ ଭଲ ତ ନୋହି।

 

ବିହ୍ନିକଣଗିଳାଚକୋର ହେ ନାଗର

ବିଧୁକରସ୍ୱାଦୁ ଘେନି ଲୋଭୀ ତହିଁର ।

 

ବିକାଳରେ କାଳ ହେବା ଶଙ୍କା ନ କରି,

ବ୍ୟାଳମୁଖେ ଦେଲା କେହୁ କରକୁ ଭରି,

ବ୍ୟାଳବୋଲି ଆନ କି ବାସୁକି ବଦନ,

ବାଇ ସେ ଏମନ୍ତ ପ୍ରତେ କାହିଁ ତା ସ୍ଥାନ ।

 

ବୋଇଲାଅନୁଜାନାଗଜାତି

ରାଜାଜଗତବଇରୀ,

ବହି କି ହେବ ନେତ୍ର ମଦେ ମୁଦ୍ରିତ

ପ୍ରତିଚକ୍ଷୁ ପରି ।

 

ବୃକ୍ଷ କରୁଣାରେ ସେ ନିରାଶ ଫଳ କାହିଁ ।

 

ବ୍ୟର୍ଥ ବାଚାଳେ ପଣ୍ଡିତ

ବୁଝାଇଲା ପ୍ରାୟ ଶାସ୍ତ୍ର ହୋଇଲା ତେମନ୍ତ ।

 

ବସନ୍ତଋତୁ ତ ଅନ୍ତ ହୋଇ ନାହିଁ ଗୋରୀ,

ବଚନ-କୋକିଳକିପାଁଛାଡ଼ିଲା ମାଧୁରୀ ।

 

ବିଧୁକରେମହୋଜ୍ଜ୍ୱଳ ଦିଶଇ ରଜନୀ,

ବିଧୁପ୍ରଭା ଅଧିକ ରଜନୀ ହେଲେ ଜନୀ ।

ବିଳମ୍ବକୁ କି ମହା ପିପାସୁ ସହି,

ବାରିପୂର୍ଣ୍ଣକାସାର ଦେଖାଅ କାହିଁ ଯେ।

 

ବୋଇଲା ଏ କି ରେ ଆଶ୍ଚର୍ଯ୍ୟ ମୃଣାଳର ସୁତ୍ରରେ

ବାରଣ ଯେ ବନ୍ଧା ହୋଇଲା ଶୁଣାଗଲା କର୍ଣ୍ଣରେ ।

 

ବିନୋଦୀ ହସ୍ତରୁ ପୋଷା ମର୍କଟ ଫିଟଇ,

ବିକୃତ ମୁଖ ଦେଖାଇ ଗୁଣ ନ ମାନଇ ।

ବତ୍ସେ ଭକ୍ତ ପଦାଘାତ ବିହିଲେ ମାଧବ,

ବତ୍ସତେସହିରେ ଏତେ କହିଲେ ସୁଗ୍ରୀବ ।

 

ବଣା ହେଲି ଆଖି ଥାଉଁ ନ ରଖିଲି

ହୀରକ ସ୍ଫଟିକ ହେବ ଯେ,

ବଣିକ ପରାୟେହୋଇଲି ସୁବର୍ଣ୍ଣ

ତୁଳରେ ତୁଳିଲି ଗୁଞ୍ଜ ଯେ,

ବିତୁଳ, ବାତୁଳ ହୋଇଲି ମୁହିଁ ଯେ,

ବକ୍ରମୃଣାଳଖଣ୍ଡକୁ ଏ ଦ୍ୱିତୀୟା

ଚାନ୍ଦ ବୋଲି ଦେଲି କହି ଯେ ।

 

ବ୍ୟବହାର ଏହା ଶୁକ ପରି,

ବିଳସନ୍ତା ସୁବର୍ଣ୍ଣ ପଞ୍ଜରୀ,

ବନ ଭବନ ଭାବନ ଏକା କରେ,

ଭଲ ପଢ଼ାଇଛି ଜଟାଧାରୀ ।

 

ବିକଶିଛି କି ଶିଖରୀ ଶିଖେ

ବିନା ଜଳରେ ପଦ୍ମ ତା ସୁଖେ,

ବନ୍ଧନ ଆଶାବନ୍ଧରେ କି କୁଞ୍ଜର,

ଶୁଣା ପ୍ରବନ୍ଧ କି ମୁର୍ଖ ମୁଖେ।

 

ବୃହସ୍ପତି ଚଳନେ ବରଷେ ଘନ,

ବିଚାରେ ତଥା ଧ୍ୱସ୍ତ କଲେ ମୋ ବନ ।

ବଜ୍ରପାତକୁ ଡ଼ରି କରି ଶାରଙ୍ଗ,

ବାରିଧର ଆଶା କିଛାଡ଼ିଛି ଅଜ୍ଞ।

 

ବିହଗ କେତେ ନାହିଁ କେ ପାରେ ଭକ୍ଷି

ବହ୍ନିକଣାକୁ ଯଥା ଚକୋର ପକ୍ଷୀ ।

ବିବୁଧ ନୁହେଁ ପାନ କରି ପୀୟୁଷ,

ବିଭୋଗେଇକ୍ଷୁରସେ ହେବାକୁ ବଶ ।

 

ବିଭାବସୁର ପ୍ରକାଶ କେତେ ବେଳେ

ଆଚ୍ଛାଦି ପାରେ କୁହୁଡ଼ି।

 

ବାସୁକି ବିନା ଧରଣୀ ଧରଣକୁ କ୍ଷମ କି ମହୀଲତାଏ

 

ବାରି ସେ ନିବାରିତୃଷାର୍ତ୍ତୀରତୃଷାପାରେ

ବଶ ହେବି କି ମୁଁ ମୃଗ ମୃଗତୃଷ୍ଣାଠାରେ ।

 

ବାଲମୀକିଭକ୍ତିସାର ଗଗନ ଗଗନାକାର

ସାଗର ତୁଲ୍ୟ ସାଗର ଯେଉଁ ପ୍ରକାରେ,

ବିଶ୍ରୁତଲୋକନ କର ରାମ ରାବଣ ସମର

ରାମ ରାବଣ ସମର ଖ୍ୟାତ ସଂସାରେ ।

 

କିପାଁ ଶଙ୍କର ବୋଲି ସଦାଶିବଙ୍କୁ,

ନ କଲେ ସେବା କଲେ ସଦା ଶିବଙ୍କୁ ।

 

ଭେଟାଇ ଦେଉ ଧାତା ସୁମରଣକୁ,

କେତେ କଥା ଅଛି ମୋସୁମରଣକୁ।

 

ଚରଣ ଶରଣ            ଲୋକକୁ ତ୍ରାସିବା

କଥା ତ ଉଚିତ ନୋହି।

 

ଏବେ ମରୁଅଛି ଝୁରି

ଦରିଦ୍ର ରତନ ପାଇ ହରାଇଲା ପରି ।

 

ଦୁରେ ଥିଲେ ପାଶେ ଅଛି ଏହା ଥିବୁ ଘେନି

କେତେ ଦୂରେ ଚନ୍ଦ୍ର କେତେ ଦୂରେ କୁମୁଦିନୀ

ପ୍ରୀତି ଅଭେଦ ତାଙ୍କର,

ଯେତେ ଦୂରେ ଥିଲେ ଯେ ଯାହାର ସେ ତାହାର ।

 

ସେତେ ଦୂରେ ପତ୍ର ପଡ଼ିଥାଇଁ ରେ ନବୀନା,

ଚିହ୍ନା କି ନୁହଇ ତାହା ବୃକ୍ଷ ନାମ ବିନା,

ବନ୍ଧୁ ତେମନ୍ତ ମୁଁ ତୋର ,

ସବୁଠାରେ ବୋଲାଉଛି ସୁନ୍ଦରୀ କୋୟର।

 

ଶିବେ ଆଶ୍ରେ କରି ବୃଷ,

ଘାସ ଗ୍ରାସ ପ୍ରାୟେ ତ ନ ଗଲା ମୋର କ୍ଲେଶ ।

ଏବେ ଅନୁଭବ ହେଲା,

ଗ୍ରହରେ ମଙ୍ଗଳ ପଦ ଯେମନ୍ତ ରହିଲା ।

 

ରାହୁ ଦଶା ପ୍ରାୟେ ମୋର,

ସୁଧାପାନ ଉତ୍ତାରୁ ଛେଦନ ହେଲା ଶିର ।

ଚନ୍ଦ୍ରକୁ ଚକୋର ଜଳଧରକୁ ଚାତକ-

ପ୍ରାୟ ତୋତେକରିଥାଇଁ ମୁଁ ଆଶା ଅନେକ ।

 

ନଦୀ ସଦୃଶେ,

ରସିଲା ମନ କି ଲେଉଟି ଆସେ ।

 

ସୁନା ଦହନ,

ରଖିଲେ ଅଧିକ ବଢ଼ଇ ବାନ ।

 

ପ୍ରଭା ମୂଲ୍ୟ କି            ତୁଟେ ରତ୍ନମଣିର

ଜୀର୍ଣ୍ଣ ବସନରେ ଥିଲେ ।

 

ପଙ୍କ-ଦୂଷିତ            ଜଳେ ଥିଲେ କୁମୁଦ

ଚନ୍ଦ୍ର କି ପ୍ରୀତି ନ କରେ ।

 

ଭୃତ୍ୟ ହୋଇଲେଦୋଷୀପ୍ରଭୁ ହୋଇଲେରୋଷୀ

ଅଛି କି ଉପାୟ ସରିଲା ।

 

ଉମା ଶିବ ମନୋହାରୀ

ଗଙ୍ଗାକୁ ବହିଲେ ଶିରେ କ୍ଷୋଭ ସେ ନ କରି ।

 

କଙ୍କଣ ଶିଳାକୁ ଜଳୌକା ନିକି ହୁଏ ଦଂଶକ

କଉଶିକେକିଛି ନ ଦିଶେ ହେଉଁପ୍ରାତଆଲୋକ।

 

ସ୍ୱଭାବ ଏକ ଭଲୁକ ଖଳ ଏହୁ ବେନି,

ସନ୍ତୋଷ ସେ ଦୋଷୋଦୟଦୋଷୋଦୟ ଘେନି ଯେ ।

 

ଶୁଣି ହସି ବୋଇଲେଯଦୁରାୟ,

ସାରଙ୍ଗ ଅଙ୍କୁଶ ତୁରଙ୍ଗ କିବିକା ନ ମାନିଲେ କି ଉପାୟ ।

 

ସୁବଳିଷ୍ଠ କେହି ନାହିଁ କର୍ମକୁ,

ସିଦ୍ଧ କରେ କେତେବେଳେ ବାମକୁ ।

 

ସୁଜ୍ଞାନୀ କି ଶୁଣିଲା ବ୍ରହ୍ମଜ୍ଞାନ,

ସରିସୃପ ମନ୍ତ୍ରେ ଲୟ ଦେଲା ପ୍ରାୟେ ସେ ବାଣୀରେ ଦେଲା ମନ ।

 

ସୂଚି ଘେନି ଭେଦି ଲୋଡ଼ ଶିଖରୀ,

ସୂକ୍ଷ୍ମ ସୂତ୍ରରେ ବାନ୍ଧି ଲୋଡ଼ କରୀ,

ସୃଷ୍ଟିପ୍ରଳୟଜଳ ଚଳୁ ହୁଏ କି, ଲୋଷ୍ଟ୍ରେଚୁରି ହୁଏ ଗିରି।

 

ସହଜେ ଅଙ୍କୁଶ ଲଜ୍ଜା ଯୁବତୀଙ୍କିସଚିବବାଣୀନୃପତିକି

ସେ ନ ମାନିଲେ କି ବୁଦ୍ଧି ଏଥିକି ।

 

ସଲୋଭେ ଚନ୍ଦ୍ରର            ଶଶ ନାଶ ଗଲା

କାହାକୁ ହେଲା କଳଙ୍କ ।

 

ସ୍ୱୟଂବଡ଼ ହେଲେ ମୂଳ କରମ

ସିନ୍ଧୁ ମନ୍ଥନ ଛଡ଼ାଇଛି ଭ୍ରମ

ସୁରେ ସୁଧା, ବିଷ୍ଣୁ            କମଳା ଲଭିଲେ

ବିଷ ପାନ କଲେ ଭୀମ ।

 

ସତ୍ୱ କେତେ କି            ଜତୁର ନ ତରଳେ

ଅନଳ ନିକଟ ହୋଇଲେ।

 

ତୃଷାର୍ତ୍ତୀ ସିନା ସଲିଳ ପାଶେ ଉପଗତ,

ପାଣି ତୃଷାର୍ତ୍ତୀ ପାଶକୁ ଆସେ କି ଘେନିତ।

 

ଜଳ ସନ୍ନିଧିକି ଜଳ ପାନ କରି ଗଲେ

ତାହା ଅସନମତହୋଇଛି କେଉଁ କାଳେ ।

 

ଗଜ ବଳବନ୍ତ ହୋଇ ଅଙ୍କୁଶ କି ନ ମାନଇ,

ଶଶୀ କ୍ଷୀଣ ଯେ ହୁଅଇ କଳା ବା ବୃଦ୍ଧି କରଇ ।

 

ଯେଡ଼େଦୃଢ଼ ଚିତ୍ତ କଲେ ପାରଇ କି ରଖି

ବୃଦ୍ଧି ସରିତକୁ ବାଲି ବନ୍ଧ ନିକି ସଖି !

 

ପ୍ରଚଣ୍ଡ କିରଣେ ରବି ତୋଷଇ ନଳିନ

ଅଳି କେଳିରେ ନୁହଇ ଶିରୀଷ ମଳିନ।

 

ଅମରେ ଭୋଗ କରନ୍ତି ରଖି ଶଶୀ ଶେଷ

ଲତାରୁ କଳିକାଛାଡ଼ି ତୋଳି ସୁମନସ।

ବିଧି ବୋଲନ୍ତି ବିଧାତାକୁ କାହିଁକି ଅବିଧି କଲା ତ,

ଅମୃତ ଭୁଞ୍ଜାଇ ପିଚୁମର୍ଦ୍ଦଛଦତାମ୍ବୁଳ ଦେଲା ତ ।

 

ରାହୁଗ୍ରାସେ ଅଶୁଦ୍ଧ କି ହୁଏ ସୁଧାକର,

ଅମରେ କରନ୍ତି ତହୁଁ ଅମୃତ ଆହାର ଯେ

 

ଏହା ଲେଖି ଦେଇ ଗଲା ଖଡ଼ି ଅକ୍ଷରେ

ଆତୁର ନ ପାଏ କାର୍ଯ୍ୟ କେଉଁ କାଳରେ ।

 

ବିଷବୃକ୍ଷ ସ୍ଥାପି ନାଶ କରିବାର ଦୋଷ।

 

ବ୍ୟାଧିବନ୍ତରବାଞ୍ଚିତଉପଚାର ବୈଦ୍ୟ

ବିହିଲାର ପରି ।

 

ଗୁରୁଦ୍ରୋହୀପୁଣସ୍ୱର୍ଗଭୋଗ ପାଇଛି,

ସାତ ସିନ୍ଧୁ ଚଳୁ ଭିତରରେ ରହିଛି,

ପକ୍ଷ ବିନା ହୋଇଅଛି ଗଗନ ଗତି,

ଜଳ ଉପରେ ଶଇଳ ଭାସି ଅଛନ୍ତି ।

ଯେଉଁ ଦଇବେ ହୋଇଛି ଏତେ ବିଧାନ,

ସେହି ଦଇବର କିବା ଅସାଧ୍ୟ ଆନ ।

 

ସୁଧା ପାନ କଲା ରାହୁ ଉପାୟରେ,

ପ୍ରୀତି ହୋଇଅଛି ଚନ୍ଦ୍ର କୁମୁଦରେ,

ଗୁଞ୍ଜ ତୁଳା ହୋଇଛିସୂବର୍ଣ୍ଣ ତୁଲେ,

କର୍ମ ସବୁ ଉଚ୍ଚ ନୀଚ ପାଞ୍ଚ ବଳେ ।

 

ସୁବର୍ଣ୍ଣ ସୀତାରେ ବଶ ଶ୍ରୀରାମ,

ଯାହାର ଯହିଁରେ ବଳଇ ପ୍ରେମ ।

ପୁଣି ବୋଲଇ ହେ            ଜାଣି ମୁଁ ନ ଥିଲି

ଦଇବ ତୁ ଏଡ଼େ ଦାରୁଣ,

କ୍ଷୁଧାତୁରକୁ            ସୁଧାତୁଲ୍ୟଭୋଜନ

ପରଶିଲୁ କେଉଁ କାରଣ,

ଭୁଞ୍ଜି ବସିବା ବେଳେ କୁଳିଶ ବୃଷ୍ଟି କଲୁ,

ଯେବେ କଲୁ ତେବେ            ପରାଣ ନ ନେଲୁ

ଏଡ଼େ ବ୍ୟାକୁଳ କିପାଁ କଲୁ ।

 

ବୋଲେ ନାଗରୀ            ସାଗରେ ସ୍ନାନ କରି

ଯେମନ୍ତ ତୃଷା ନ ତୁଟିଲା,

କଳ୍ପତରୁରେ            ଫଳ ନାହିଁ ଯେମନ୍ତ

ତେମନ୍ତ ଦଶା ତ ଘଟିଲା ।

 

ସବୁ ବଡ଼ ଦଇବ,

କାହା ମନେ ଥିଲା            ଅଗାଧ ସମୁଦ୍ର

ଚଳୁ ଭିତରେ ସମ୍ଭାଇବ।

ପବନକୁ ପାଶ ପାତି            ବସିଥିଲେ ସେ

କାହିଁ ହୋଇବ ବନ୍ଧନ ।

 

ତୁଳାପାତ୍ରେ ଊଣା            ଅଧିକ ପଦାର୍ଥ

ପଡ଼ିଲେ କି ସମ ହୋଇବ।

 

ଦୁର୍ବଳ ମାରିବାକୁ ସମସ୍ତେ ଆଗ,

କାମକୁ ବାମଦେବ କଲେ ଅନଙ୍ଗ ଯେ ।

 

ଜୀବନ ଥିଲେ ହୁଏ ସବୁ ପ୍ରାପକ,

ହୁଅଇ ସମ୍ଭାବିତ ଅସମ୍ଭାବିତ ଯେ ।

 

କିସ ପୁଣି ଦେଖା ନ ଯାଏ ଯଦି ଥାଇ ଜୀବରେ

ବିଷମ ସମସ୍ୟା ପୂରଣ ହେଲା ଏହି ଠାବରେ ।

 

ଆରତ ହେଲେ କାର୍ଯ୍ୟ ନୁହଇ ବେଗ,

କାଳକୁ ଚାହିଁ ଭୋଗ ହୁଅଇ ଯୋଗ ଯେ ।

 

ବିଷହିଁ ହୁଏ ହିତ ସନ୍ନିପାତରେ ।

 

ଚନ୍ଦ୍ର ଲଭିଲା, ମଲା ଉତ୍ତାରୁ ଶଶା ।

 

କୋଟି କଳ୍ପେ ଏ କଥା ହୋଇଛି ନିକି ଆନ,

ଘନ ତେଜିଗଙ୍ଗା ଜଳେ ଚାତକର ମନ ଯେ ।

 

ନାରୀକେଳ ଯେ ରସପୁର,

ଭକ୍ଷି ନ ପାରଇ ବାନର,

ତାର କି ସ୍ୱାଦୁ ଯଶ ନୋହି,

ପ୍ରସଙ୍ଗୁଗଲି ମଧ୍ୟ କହି ।

 

ଦୂତ ହେଲେ ମିଥ୍ୟା କହି,

କାର୍ଯ୍ୟକାଳେ ମିଥ୍ୟା କହିବାର ଦୋଷ ନାହିଁ ।

ଚୂତ ମୁକୁଳ ଅଶନ

ହୋଇଲେ ସିନା କହଇ କୋକିଳ ବଚନ ।

 

ନୟନ ନ ଥାଇ            ଦେବ ଦରଶନେ

ଗଲା ପ୍ରାୟ ଉପହାସ ।

 

କି ବୋଲିବୋଲିବି            ମଶାରୀ ମଶକ

ପରାଏ ଭ୍ରମୁଛି ମନ ।

 

ପର ଉପକାର ଯଶ ଥୋଇଲେ,

ଦେଖ ମହାଦେବ ବିଷ ଖାଇଲେ ।

ଅନଳେଦହିଲେ            ସୁବାସକୁ ନିକି

କେବେ ଛାଡ଼ଇ ଚନ୍ଦ୍ର ଚନ୍ଦନ ।

 

ମୁର୍ଖକୁ ବୁଝାଇବାର ଅତିକଷ୍ଟ ଜାଣ ।

 

ସଖୀ କହିଲେ ଦୁଃଖ ସହି

ଧଇର୍ଯ୍ୟ ହେଲେ କାର୍ଯ୍ୟ ଲଭି ଅବଶ୍ୟ,

ହରି-ଅରିଘାତ ସହି

ରହିଲାକୁ ରାହୁ ପିଇଛି କି ପୀୟୂଷ ।

 

ଦେଖ ଅନଳ, କାଷ୍ଠକୁ ନଷ୍ଟ କରି ନିଭେ ।

 

ରୋଗ, ଋଣ, ଶତ୍ରୁ            ଶେଷକୁ ରଖିଲେ

ଆପଣାର ବାଧା ସେ କଥା ।

 

ବଡ଼ହୋଇ କିସ ହୋଇବ,

ଅର୍ଜିଲା କର୍ମ ସିନା ଭୋଗହୋଇବ,

ସାଗର ମନ୍ଥନେ            ଗରଳ ପାଇଲେ

ଭାଗ କରିଟି ମହାଦେବ ।

 

ଦୁଇ କରେ ଭୁଞ୍ଜେ ଭୋଖି ହେଲେ କି ସଖୀ ।

 

ହିମଋତୁ ପ୍ରବେଶ            ପଦ୍ମବନ କରେ ଧ୍ୱଂସ

ମୂଳ ଥିବାରୁ ବସନ୍ତେ ପଲ୍ଲବେ ସତେ ।

 

ମଧୁମକ୍ଷି ଉଚ୍ଛିଷ୍ଟ ଅମୃତାଦର ସୁରେ ।

 

ଏ କଥା ଭାବ ତୁ ଚିତ୍ତ, ମଧୁମକ୍ଷିକା ସଞ୍ଚିତ

ଦେବଭୋଗ୍ୟ ହୁଏ କେହି, ବିଚାର ସହି ଗୋ।

ଫଣୀ ଜାଗ୍ରତେ ଚନ୍ଦନ ଥିଲେହେଁ କର ଭାବନ,

ଭୋଗ ହେଉଛି କି ନାହିଁ, ପରାଣସହିଗୋ।

 

ଯେବେଟି କୁସୁମ ଫୁଟେ, ତେବେ ସୁଗନ୍ଧ ପ୍ରକଟେ,

ଯହିଁ ତହିଁ ନଦୀ ଜଳ, ସମୁଦ୍ରେ ଠୁଳ ଗୋ।

 

ଜଳକଳସେ ଚନ୍ଦ୍ରବିମ୍ବକୁ ଧରି,

ପାରିଲି ନାହିଁ ସୁଧାଭୋଗକୁ କରି ଯେ ।

 

ଏମନ୍ତ ଆଣ ତୋର ଅବଧାନକୁ,

ପ୍ରଭୁ ସେ ବଡ଼ କରେ ଦାସ ଜନକୁ ।

 

ତୁଷାର ନାଶ କରେ ଜନମସ୍ଥାନ।

 

ସୁରେନ୍ଦ୍ର ଦିଗରଙ୍ଗ କି ରଥାଙ୍ଗ ଚାହିଁଲା,

ସୂତହୀନ ଦେଖିଲା କି ଚୂତବକୁଳିଲା।

 

ସୁମନ ବିକାଶ କିବା ମଧୁକର ଚାହିଁ,

ଶାଳିଅନ୍ନମାସୋପବାସୀକି ଦେଲା ବିହି।

 

ସବୁ କାଳେ ବଡ଼ହୋଇ କେ ନାହିଁ ମନକୁ,

ସ୍ୱର୍ଗ ତେଜି ଗଙ୍ଗା ଲଭେ ଲବଣସିନ୍ଧୁକୁ ଯେ ।

 

ବଲ୍ଲୀଠାରୁ କାମୁକୀ ବଳି ନାହିଁ,

ବିନୋଦକୁ କୁସୁମେ ଯେଣୁ ଦେଇ,

ବିହଇ ଯେ ସମ୍ଭୋଗକୁ ମଧୁପ,

ବେନି ସବୁ କାଳରେ ଅନୁରୂପ ।

 

[ଅର୍ଥ-ଲତାଠାରୁ ବଳି କାମୁକୀ କେହି ନାହିଁ, ସେ ପୁଷ୍ପବତୀ ହେବାମାତ୍ରେସମ୍ଭୋଗ ଦିଏ । ତାକୁ ଭୋଗ କରୁଥିବା ଭ୍ରମର ମଧ୍ୟ ସେହିପରି କାମୁକ । ସବୁ କାଳରେ କାମୁକ କାମୁକୀ ଦୁହେଁ ଅବିଧି ଆଚରଣ କରନ୍ତି । ]

 

ପୁରାଣ ଅଭିଧାନ ଜାଣିଥିଲେ,

ଜାଣି କିସ ହେବ ବିହୃଦ ହେଲେ ।

 

ସବୁ ଭାଲ ବର୍ଣ୍ଣାବଳୀ, (କପାଳ ଲିଖନ)

ଆଜିଯାଏଁ କେହି ତାହା ପାରି ନାହିଁ ବଳି ।

 

ଊଣା ଅଧିକେ ସଂଯୋଗ ପୂର୍ବରୁ ହୋଇଛି,

ଶଶ ରହି ଚନ୍ଦ୍ରେ ରାହୁ ପୀୟୂଷ ପିଇଛି ।

 

ଶିରୋଧାର୍ଯ୍ୟ [ କେଶ ]

ଫେଇ ସୁଗନ୍ଧ ଧୁମେ ଧୁପ ଦେଇ,

ଗଜଦନ୍ତ କଙ୍କତିକା ଚଳାଇ, ସେ ଏମନ୍ତ ଦିଶି,ଜଳଦ ପରେ ଧାମେ ଅର୍ଦ୍ଧଶଶୀ।

 

ଯେସନେଦୀନଜନ ମତି,

ଧନ ଲଭିବା ଲୋଭ ଅତି

 

ହୀରା [ ପିମ୍ପୁଡ଼ି ] ତ୍ୱରା ଅତି ଚନ୍ଦ୍ରବିମ୍ବ ଚୁମ୍ବଇଚ୍ଛି,

କେମନ୍ତେ ହୋଇବ ଏ ସମ୍ମତେ ନ ଆସୁଛି ଯେ ।

 

ରହିବାକୁ ଅମୃତ ଚନ୍ଦ୍ରମା ସିନା ସ୍ଥାନ,

ବୈଦ୍ୟୋକ୍ତି ଯେ ଯହିଁ ରସେ ସେହି ସେ ପ୍ରଧାନ ।

ଉମାସ୍ୱସା, ବିଷ୍ଣୁପଦ ଶିବ ଶିରସ୍ଥାୟୀ,

ଦେଖ ଗଙ୍ଗା ଲବଣସାଗରେ ସଙ୍ଗ ପାଇ ।

 

ପରମପାବନୀତୀର୍ଥନୀର ଯେତେ ଥିଲେ,

ଚାତକ ଚିତ୍ତ ରସିତ ଘେନ ଘନଜଳେ।

ବିପ୍ର ବୋଲେ ଜଳ ଜଡ଼ସବର୍ଣ୍ଣତ୍ୱ ଅଛି,

ବିବେକଶୂନ୍ୟରେ ପଶୁ ପକ୍ଷୀ ସମେ ଲକ୍ଷି ।

 

ଗନ୍ଧବତୀ ସାର ରସବତୀ ଯେ ପଦ୍ମିନୀ,

କୋମଳା ଏ ପ୍ରଶଂସାରୁ ଆନ କି କାମିନୀ,

ସେ ଚଣ୍ଡାଂଶୁ ସ୍ନେହବଶ, ଆଉଁଚନ୍ଦ୍ରପ୍ରୀତି,

ତାର ପ୍ରକାଶେ ପଦ୍ମିନୀ ନୟମ ମୁଦନ୍ତି ।

 

ବୃନ୍ଦାବତୀ ଜଳନ୍ଧରେ ହେବାରୁ ଲୋଲୁପ,

ଭଗବାନ ଦିବ୍ୟରୂପ ଦେଖି ଦେଲା ଶାପ ।

 

ସବୁଠାରୁ ମୂଳ କର୍ମ [ ଅଦୃଷ୍ଟ ] ଦୁର୍ଲଭ ଲଭଇ

ଉଦ୍ୟମେ, କର୍ମବିପାକେ କାର୍ଯ୍ୟକୁ ନ ପାଇ

ସିନ୍ଧୁ ମନ୍ଥନରେ ଶ୍ରମ କରିଣ ଅସୁରେ

କ୍ଷମ ନୋହିଲେ ସେ ଆଉ ଅମୃତପାନରେ।

 

ଭୋଗଈଶ୍ୱରେ ଶ୍ମଶାନ ରାକ୍ଷସରେ ଲଙ୍କା,

ଏ କଥା ସୁମରି ମନେ ଥିଲା ବଡ଼ ଶଙ୍କା ।

 

ଅନୁତ୍ତମ [ ମଧ୍ୟମ ] ତମ [ ରାହୁ ] ସୁଧାପିଇଛି,

ରାମେ ସୁଗ୍ରୀବହିଁ ମିତ୍ର ହୋଇଛି,

କି ଅଦୃଷ୍ଟରେ      ଏ ବିବେକ ଉପୁଜି

କଷ୍ଟ କଷ୍ଟରେ ରହିଛି ।

 

ଭୃତ୍ୟ ଜଣାଇବା କଥା ଉଚିତ,

ଯେହୁ ପ୍ରଭୁ ତାର ସବୁ ଆୟତ୍ତ ।

ଚାରକର [ ରକ୍ଷକର ] ପକ୍ଷପାତ ପାଇଁ

ତୂଳେ ଭେଳା ପୁଣି ଭାସିଯାଇ

ଏଥୁ ଚମତ୍କାର            ଅଛି କି ବିଚାର

ଏବେ କିରୂପେ ହୋଇବ ତ୍ରାହି ।

 

କୃପା-କଳ୍ପଦ୍ରୁମ ଯେ ବୋଲାଇ,

ଅଗୋଚର ଫଳକୁ ନ ଦେଇ,

ଆଶା କଲା            କର୍ମ ଆଦରିଲେ,

ଏଥୁଁ ଆସିବ କେଉଁ ବଡ଼ାଇ।

 

କରୁଣାର ରତ୍ନାକର ହୋଇ,

ଯେହି କଳାରଙ୍ଗରତ୍ନଦାୟୀ,

କେବଳ ମଜ୍ଜିଲା            ଜନ ଜରଜର

କେବେ ତୃଷ୍ଣା ତୃଷା ନ ତୁଟଇ ।

 

ବୋଇଲା ଆଳୀ କିପାଇଁ ଭାଳୁ,

ନୋହିଲା ହୁଏ କରମ ବଳୁଁ,

କରିଅଛିଟି ସମୁଦ୍ର ଚଳୁ କେବଳ ନରେ ଯେ ।

ନରେ ସମୟେ ଇନ୍ଦ୍ର ହୋଇଛି, ନରେ ଧରଣୀ ଟେକି ଧରିଛି,

ଏ ସ୍ୱୟମ୍ବରେସୁଯୋଗ ଅଛି କୁମରବରେ ଯେ ।

 

ବେଦବଚନକୁ ବଳି ନାହିଁ ବଳାତ୍କାରେ,

ଅବଳା ପଦ ଧରାଇ ବଳବନ୍ତ କରେ ।

 

କତୁରିବାକତୁରିବା ଖଳ ଜିହ୍ନାମୂଳେ

କରଇ ନିବାସ ବୋଲୁଅଛି କାଳେ କାଳେ।

 

କୋବିଦ ହୃଦୁ ଆଶ୍ରୟ ଶ୍ଲୋକ ପରକାର,

କଦାଚିତେ କାହା ଚିତ୍ତୁଁନୋହିଲେ ଅନ୍ତର । [ କୃଷ୍ଣ ]

 

ଘାସ ଅଶନ ପୁଣ ବୃକ୍ଷ ନ ଛାଡ଼େ

ସର୍ବ ଯୋଗେ ସର୍ବ ମିଳିଲେ ।

 

ଘନରସ ପାନ            ଚନ୍ଦ୍ର କରି ହେଲେ

ଚକୋର ସ୍ଫୁଲିଙ୍ଗଆହାରୀ।

 

ଧରା କି ଯାଏ ବାରଣ ଆରଣ [ ବେଢ଼ି ] ବିନୁ ଚରଣ,

ଜଳଜ ନାଳସୁତ୍ରରେ କଲେ ବନ୍ଧନ,

ଧୂମାଚ୍ଛନ୍ନେ ଗୁପ୍ତ ସୂର୍ଯ୍ୟ କି,

ଧରାଧର ଆନ ବୃଦ୍ଧି ନଦୀକି ନିକି ।

 

ଧ୍ୱଂସ କରେ ମହାଦାରୁତରୁ ପବନ ପ୍ରଚାରୁ

ବୁବ୍ୟ କି ମହୀସ୍ଥଳିରୁଉପାଡ଼ି ପାରେ ।

 

ସ୍ପୁଲିଙ୍ଗ ଭକ୍ଷେ ଚକୋରଥାଉଁକଳାନିଧି।

 

ଫୁଲଭ୍ରମର ପୀରତି କେତେ କାଳ ଥାଇ ।

 

ଫଳ କି ତାର ପ୍ରୀତିରେ,

ସ୍ଫଟିବ ପରା ସେ ନାନା ରାଗ ହୃଦେ ଧରେ ।

 

ଭୃଜଙ୍ଗେସେନେହୀ            ହୋଇଲା ଜନର

ଜୀବନକୁ ଆଶା କାହିଁ ।

 

ମାଣିକକୁ ଗୁଣିକ ବଣିକ ସିନା ଘେନେ,

ମହାରଣ୍ୟବାସୀ ପରିଖିବ କି ଯତନେ ।

 

ଶରୀରଠାରେ ହିତ       କରି ଜଳ ଯେମନ୍ତ

ସନ୍ନିପାତରେ କରେ ନାଶ ।

ଶୁକ୍ତିରୁ ମୋତି କାଚ            ବିଚାର କେମନ୍ତ

ବସୁଛି ଦେବତାଙ୍କ ଶିରେ ।

 

ନାହିଁ ନୃପକୁ ପ୍ରତିଉତ୍ତର ପୁଣି,

ଯଥା ସ୍ୱର୍ଗ ଯିବାକୁ ନାହିଁ ନିଶ୍ରେଣୀ।

ପ୍ରତିଚକ୍ଷୁ ଅନ୍ତରେ ଅକ୍ଷର ରହି,

ନେତ୍ରକୁ ଗୋଚର କି ନୁହଇ ସେହି ।